ଆରମ୍ଭ ହୋଇଥିବା ଡଟ୍ ଫେଷ୍ଟ୍ ଆଣ୍ଡ ଫୁଡ୍ ଫେଷ୍ଟିଭାଲ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଖୋରାକ୍ ଦେଉଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ବଲିଉଡ କଳାକାରଙ୍କ ସେହି ଅନୋଖା ଅନ୍ଦାଜ୍ ଯୁବପିଢୀଙ୍କୁ ପାଗଳ ସୂରୂପ କରିଛି. ସେହିପରି ଶନିବାର ଶୀତୁଆ ସନ୍ଧ୍ୟା ମଧ୍ୟ ରାଜଧାନୀବାସୀଙ୍କ ପାଇଁ ଟିକେ ଖାସ୍ ହେବାକୁ ଯାଉଛି. କାରଣ ଏହି ସନ୍ଧ୍ୟାକୁ ଟିକେ ଗରମ କରିବା ପାଇଁ ମଞ୍ଚରେ ନିଜ କଣ୍ଠରେ ସମସ୍ତଙ୍କୁ ଝୁମେଇବେ  ମେଲୋଡୀ କ୍ୱିନ୍ ଶ୍ରେୟା ଘୋଷାଲ. ତେବେ ଏହି ସୋ’ ସନ୍ଧ୍ୟା 7 ଟାରେ ଆରମ୍ଭ ହେବାକୁ ଥିବାବେଳେ ଦର୍ଶକଙ୍କ ପାଇଁ ଗେଟ୍ ସନ୍ଧ୍ୟା 6ଟାରୁ ଖୋଲା ହେବ. ଦର୍ଶକ କରିଥିବା ଟିକେଟ ଅନୁଯାୟୀ ସେମାନଙ୍କୁ ସିଟ୍ ମିଳିବ ଏବଂ ଫାର୍ଷ୍ଟ -କମ୍- ଫାର୍ଷ୍ଟ-ସର୍ଭିସ୍ ବେସିସରେ ଏହି ସିଟ୍ ଦିଆଯିବ. ପ୍ରିମିୟମ୍ ଟିକେଟ କରିଥିବା ଦର୍ଶକମାନେ 4 ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ. ଭିଭିଆଇପି ଟିକେଟଧାରୀ 3 ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ. ଏବଂ ଭିଆଇପି ଟିକେଟ କରିଥିବା ବ୍ୟକ୍ତି 2 ନମ୍ବର ଗେଟ୍ ଦେଇ ପ୍ରବେଶ କରିବା ସହ ଆଉ ଯେତିକି ଦର୍ଶକ ରହିବେ ସେମାନେ 1 ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ବୋଲି ସୂଚନା ଦିଆଯାଇଛି. ତେବେ ଯାଇଥିବା ଦର୍ଶକ କ୍ୟାପିଟାଲ ହାଇସ୍କୁଲ ଓ ଭାରତୀୟ ବିଦ୍ୟାଳୟ ଗ୍ରାଉଣ୍ଡରେ ନିଜର ଗାଡି ପାର୍କ କରିପାରିବେ ବୋଲି ସୂଚନା ଦେଇଛନ୍ତି ନୋଡାଲ୍ ଅଧିକାରୀ ବଳବନ୍ତ ସିଂ.

LEAVE A REPLY

Please enter your comment!
Please enter your name here