ଆଜ୍ଞା ହଁ, ଯଦି ଆପଣ ଏସବିଆଇ ଗ୍ରାହକ ତାହାଲେ ଆପଣଙ୍କ ପାଇଁ ଖୁସି ଖବର. ସୂଚନା ମୁତାବକ, ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ସ୍ପେଶାଲ ଅଫର୍ ଆରମ୍ଭ କରିଛି, ଯାହା ଦ୍ୱାରା ଏସବିଆଇ ଗ୍ରାହକ ମାଗଣା 5 ଲିଟର ପେଟ୍ରୋଲ ପାଇପାରିବେ. ଏଥିପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ. ତେବେ ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅଫର୍ ର ଲାଭ ଉଠାଇପାରିବେ. ଏହି ଅଫର୍ ସୁବିନିଯୋଗ ପାଇଁ ପ୍ରଥମେ ଗ୍ରାହକଙ୍କୁ ଇଣ୍ଡିଆନ୍ ଅଏଲ କର୍ପୋରେସନର ଯେ କୌଣସି ପେଟ୍ରୋଲ ପମ୍ପ୍ ରୁ ପେଟ୍ରୋଲ ଭରିବାକୁ ପଡିବ ଏବଂ ପରେ ଭିମ୍ ଏସବିଆଇ ଦ୍ୱାରା ପେମେଣ୍ଟ କରିବାକୁ ପଡିବ. ଯାହାଫଳରେ ଗ୍ରାହକ 5 ଲିଟର ମାଗଣା ପେଟ୍ରୋଲ ପାଇପାରିବେ. ତେବେ ଏହି ସୁଯୋଗର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି. ପ୍ରଥମେ ଆପଣଙ୍କୁ 100 ଟଙ୍କାର ପେମେଣ୍ଟ ଭିମ୍ ଏସବିଆଇ ଆପ୍ ଜରିଆରେ କରିବାକୁ ପଡିବ. ଏହାପରେ ଏହି ପେମେଣ୍ଟ ର ରସିଦ ଆପଣ ପାଇବେ ଏବଂ ସେହି ରସିଦ୍ ରେ 12 ଅଙ୍କ ବିଶିଷ୍ଟ ଏକ ନମ୍ବର ଥିବ ଯାହାକୁ ଆପଣ 9222222084 ନମ୍ବରରେ ପଠାଇବେ. ପରେ ଲକି ଡ୍ର ଜରିଆରେ ଯେଉଁ ଗ୍ରାହକଙ୍କୁ ଚୟନ କରାଯିବ, କେବଳ ସେହିମାନେ ହିଁ ଏହି ସୁବିଧାର ଲାଭ ଉଠାଇପାରିବେ.

LEAVE A REPLY

Please enter your comment!
Please enter your name here