ଏଣିକି ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସହରାଞ୍ଚଳରେ ରହୁଥିବା ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସମସ୍ତ ମହାନଗର ନିଗମ, ପୈାର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦ ସହ ବିଭନ୍ନ ଉନ୍ନୟନ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଥିବା ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ଥିବା ପାର୍କକୁ ସକାଳ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଦ୍ୱାରା ଲୋକମାନେ ନିଜ କର୍ମମୟ ଜୀବନରୁ ବାହାରି କିଛି ଅବସର ସମୟକୁ ମନରଞ୍ଜନ କରିବାରେ କିମ୍ବା ବ୍ୟାୟାମରେ ବ୍ୟବହାର କରିପାରିବେ । ଏହାଦ୍ୱାରା ମନ ଓ ଶରୀର ସୁସ୍ଥ ରହିପାରିବ । ତେଣୁ ରାଜ୍ୟରେ ଥିବା ସବୁ ସର୍ବସାଧାରଣ ପାର୍କ ଏହି ନିର୍ଦ୍ଧାରିତ ସମୟରେ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here