ପୁରୀ ବାସେଳି ସାହି କେ. ରମେଶଙ୍କ ମୃତ୍ୟୁ ହାଜତ ମୃତ୍ୟୁ ନୁହେଁ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି I ଏଥିସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି I ତେବେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଆସନ୍ତା 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କହିଛନ୍ତି I ଗତ ନଭେମ୍ବର ମାସ 18 ତାରିଖରେ ପୁରୀ ବାସେଳି ସାହିର କେ. ରମେଶଙ୍କୁ ପୋଲିସ ରାତି ଅଧରେ ଘରୁ ଉଠାଇ ଆଣିଥିଲା I ପୋଲିସ ହେପାଜତରେ ଥିବା ବେଳେ ରମେଶଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ହାଜତ ମୃତ୍ୟୁ ଦର୍ଶାଇ ସେତେବେଳେ ପୁରୀ ସହର ଅଶାନ୍ତ ହୋଇପଡିଥିଲା I ତତକାଳୀନ ଏସପି ଅଖିଳେଶ ସିଂ ମଧ୍ୟ ରମେଶଙ୍କ ମୃତ୍ୟୁ ହାଜତଜନିଚ ମୃତ୍ୟୁ ନୁହେଁ ବୋଲି ଦର୍ଶାଇଥିଲେ I ମାତ୍ର ରମେଶଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜେପି ରାଜ୍ୟ ଓ କେନ୍ଦ୍ର ମାନବାଧିକାର କମିଶନଙ୍କ ନିକଟରେ ଅଭିଯ଼ୋଗ କରିଥିଲା I ଆଇନଜୀବି ଶରତ ରାୟଗୁରୁ ହାଜତ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ I