ଚାଷୀ ଆନ୍ଦୋଳନକୁ ନେଇ ସରକାର ଯେପରି ଢଙ୍ଗରେ କାମ କରୁଛନ୍ତି, ସେଥିରେ ସୁପ୍ରିମକୋର୍ଟ ଆଦୌ ଖୁସି ନାହାଁନ୍ତି I ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ସେଥିରେ ସରକାର ବିଫଳ ହୋଇଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି I ଶୀତ କାକରରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବାରୁ ସର୍ବୋଚ୍ଚ ଅଦାଲତ ଉଦବେଗ ପ୍ରକାଶ କରିବା ସହ ନୂଆ କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେଇଛନ୍ତି I ଚାଷୀଙ୍କ ଦାବିକୁ ନେଇ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି I ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ଏବଂ ଚାଷୀଙ୍କ ପାଇଁ ଭଲ କଣ, ମନ୍ଦ କଣ, ତାହା ବିଚାର କରିବ I କମିଟିରେ ଚାଷୀମାନେ ସେମାନଙ୍କ ପକ୍ଷ ରଖିବେ ଏବଂ ଏକ୍ସପର୍ଟ କମିଟିର ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ଶୁଣାଣୀ କରିବେ I ସେପର୍ଯ଼୍ୟନ୍ତ ଆଇନ କାର୍ଯ୍ୟକାରୀ ନ କରିବାକୁ ପ୍ରଧାନ ବିଚାରପତି ଏସ. ଏ. ବୋବଡେ ନିର୍ଦ୍ଦେଶ ଦେଇଛନ୍ତି I ପ୍ରଧାନ ବିଚାରପତି ଆନ୍ଦୋଳନରତ ମହିଳା, କିଶୋର ତଥା ଚାଷୀମାନଙ୍କୁ ନିଜ ଘରକୁ ଫେରିଯ଼ିବାକୁ ବ୍ୟକ୍ତିଗତ ଭାବେ ନିବେଦନ କରିଛନ୍ତି I

LEAVE A REPLY

Please enter your comment!
Please enter your name here