ପ୍ରେମ, ବିଶ୍ୱାସ ଓ ଭରସା ମଧରେ ଗଢି ଉଠେ ବଢ଼ି ଚାଲେ ସମ୍ପର୍କ | କିଛି ସମ୍ପର୍କ ରକ୍ତର ସମ୍ପର୍କ ସହ ତାଳ ଦେଇ ଚାଲେ | ମାତ୍ର କିଛି କୁସ୍ଚିତ ଚିନ୍ତା ଧାରା ଆଗେ, ପବିତ୍ର ସମ୍ପର୍କରେ ଲାଗିଯାଏ କାଦୁଅର ଛିଟା | ଏଭଳି ଏକ ଲଜ୍ୟା ଘଟଣା ଘଟିଛି, ଯାହା ସମ୍ପର୍କ ଉପରୁ ଭରସା ଓ ବିଶ୍ୱାସ ତୁଟେଇ ବାକୁ କିଛି ସମୟ ବି ଲାଗିବ ନାହିଁ | ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍ବି 67 ଗ୍ରାମରୁ ଆସିଛି ଏକ ଲଜ୍ୟା ଜନକ ଖବର | ଜଣେ 13 ବର୍ଷୀୟ ନାବାଳିକା ଝିଅ ନିଜ ବାପାଙ୍କ ନାମରେ ଆଣିଛି ଧର୍ଷଣ ଭଳି ସଂଘିନ ଅଭିଯୋଗ | ପୀଡିତ ନାବାଳିକାଙ୍କ କହିବା ଅନୁଯାଇ, ନିଜ ବାପାଙ୍କ ସହ ମାମୁ ଘରକୁ ବୁଲିବାକୁ ଯାଉଥିବା ସମୟରେ ବାଟରେ ଏକ ଜଂଗଲ ମଧ୍ୟକୁ ଜୋର ଜବରଦସ୍ତ ନେଇ ଦୁଷ୍କର୍ମ କରିଥିବା ପିଡିତା ମତ ପ୍ରକାଶ କରିଛନ୍ତି | ଏଥିସହ ଏହି ଘଟଣା ସମ୍ପର୍କରେ କାହାକୁ ବି କିଛି ନକହିବା ପାଇଁ ଧମକ ଦେଇଥିବା କହିଛନ୍ତି ନାବାଳିକା | ତେବେ ଏହି ଘଟଣା ୧୬ ତାରିଖରେ ଘଟିଥିବା ବେଳେ ବହୁ ସାହସ ଓ ମନବଳକୁ ଏକ ଝୁଟ କରି ନିଜ ମା ଙ୍କ ଆଗେ କହିବା ପରେ ଉଭୟ ମା ଓ ଝିଅ ମିଶି କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ ଆରଂଭ କରିଛି |

LEAVE A REPLY

Please enter your comment!
Please enter your name here