ସ୍ୱାଭିମାନଅଞ୍ଚଳରେ ପ୍ରଜାମେଳି । ଏହି ପ୍ରଜାମେଳି ସରକାରଙ୍କ ବିରୋଧରେ ନୁହେଁ ବରଂ ସରକାର ପହଁଞ୍ଚାଇଥିବା ସମସ୍ତ ଯୋଜନାକୁ ନେଇ ରାଜ୍ୟ ସରାକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁଠାରେ ପ୍ରଜାମେଳି ହୁଏ , ସରକାରଙ୍କ ବିରୋଧରେ ସ୍ୱର ଉଠିଥାଏ ସେଇଠି ଶୁଭୁଛି ସରକାରଙ୍କୁ ଧନ୍ୟବାଦର ନାରା । ସ୍ୱାଭିମାନ ଅଞ୍ଚଳରେ ସରକାର ୧୦୦ କୋଟି ବ୍ୟୟରେ ରାସ୍ତାଘାଟ , ପାନୀୟ ଜଳ ଯୋଗାଣ, ମେଡିକାଲ , ଶିକ୍ଷା , ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ । ବିଚ୍ଛିନ୍ନାଞ୍ଚଳ ବଦଳରେ ସ୍ୱାଭିମାନ ଅଞ୍ଚଳ କରିବା ପାଇଁ ସେମାନେ ଦାବି ଜଣାଇଛନ୍ତି । ସ୍ୱାଭିମାନ ଅଞ୍ଚଳର ୭ଟି ପଞ୍ଚାୟତର ଲୋକେ ଏହି ବିଶାଳ ପ୍ରଜାମେଳିରେ ସାମିଲ ହୋଇଥିଲେ ।