ସ୍ୱାଭିମାନ ଅଞ୍ଚଳରେ ପୁଣି ବିଏସଏଫ କ୍ୟାମ୍ପ ବିରୋଧରେ ପ୍ରଜାମେଳି । ହନ୍ତାଳଗୁଡାରେ ନବ ନିର୍ମିତ ବିଏସଏଫ କ୍ୟାମ୍ପକୁ ହଜାର ହଜାର ଲୋକଙ୍କ ବିରୋଧ । ପୂର୍ବରୁ କ୍ୟାମ୍ପ ନିର୍ମାଣକୁ ମଧ୍ୟ ଲୋକ ବିରୋଧ କରିଥିଲେ । ଠାରେ ଥିବା ଆରବିଆଇ କ୍ୟାମ୍ପକୁ ଘେରାଉ କରିଛନ୍ତି ପାଞ୍ଚୋଟି ପଞ୍ଚାୟତର ହଜାର ହଜାର ଅଞ୍ଚଳବାସୀ । ବିଏସଏଫ ଯୋଗୁ ନାରୀ ନିର୍ଯାତନା ସାଧାରଣ ଲୋକଙ୍କୁ ମାଓବାଦୀ ଆକ୍ଷା ଦେଇ ଗିରଫ କରିବା ଆଦି ବଢିଚାଲିଥିବା ଅଭିଯୋଗ ହୋଇଛି । ତେବେ ହନ୍ତାଳଗୁଡାରେ ନବ ନିର୍ମିତ ବିଏସଏଫ କ୍ୟାମ୍ପକୁ ବନ୍ଦ କରିବା ପାଇଁ ଲୋକେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ଏନେଇ କୁଂତୁରପଦର ଆଇ ଅର ଆର୍ବି ସୁରକ୍ଷା ବଳ କ୍ୟାମ୍ପ ସମ୍ମୁଖରେ ଧାରଣା ଦେବା ସହ କ୍ୟାମ୍ପ ଆଇ ଆଇସି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here