ସର୍ବଭାରତୀୟ ମଡେଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇ ଅନନ୍ୟା ବିଶ୍ଵାଳଙ୍କ ବାଜିମାତ । ହାଇଦ୍ରାବାଦରେ ଫେଶନ ରନୱେ ପକ୍ଷରୁ ଜୁନିୟର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତାରେ ପ୍ରି ଟିନ୍ ବିଭାଗରେ ସାଇକୃପା କଳାକେନ୍ଦ୍ରର ଛାତ୍ରୀ ସାଇ ଅନନ୍ୟା ବିଶ୍ଵାଳ ଓ ଶ୍ଵେତଲିନା ସ୍ୱାଇଁ ଭାଗ ନେଇଥିଲେ । ଏଥିରେ ସାଇ ଅନନ୍ୟା ବିଶ୍ଵାଳ ପ୍ରଥମ ରନର୍ସ ଅଫ ଓ ଶ୍ୱେତଲିନା ସ୍ୱାଇଁ ବେଷ୍ଟ ଟ୍ୟାଲେଣ୍ଟ ଆୱାଡ ପାଇ ଓଡ଼ିଶାକୁ ଗୌରବାନିତ କରିପାରିଛନ୍ତି । ଓଡିଶାର ଲିଟିଲି ମିସ୍ ଇଣ୍ଡିଆ ଅୟନା ରାଉତରାୟ ଓ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟାେତିର୍ମୟୀ ମହାପାତ୍ରଙ୍କ ସହଯୋଗରେ ଦୁଇଜଣଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଥିଲା ।
ପ୍ରତିଯୋଗିତାରେ ଟ୍ୟାଲେଣ୍ଟ, ଫେସନ ୱାକ, ଜାତୀୟ ବେଶଭୂଷା ଓ ପ୍ରଶ୍ନଉତ୍ତର ଆଦି ପ୍ରତିଯୋଗିତା ହୋଇଥିଲା ଏବଂ ଏହି ମଡେଲ ପ୍ରତିଯୋଗିତାରେ ବିଭିନ୍ନ ପ୍ରଦେଶରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସାଇ ଅନନ୍ୟା ବିଶ୍ଵାଳ ଥାଇଲାଣ୍ଡରେ ଓ ଶ୍ବେତଲୀନା ବୁଲଗେରିଆ ସୁନ୍ଦରୀ ପ୍ରତଯୋଗିତାରେ ଭାଗ ନେବାପାଇଁ ସାଟିଫିକେଟ ହାସଲ କରିଛନ୍ତି । ସମାଜସେବୀ ଶ୍ରୀ ଅନଙ୍ଗ ବିକ୍ରମ ବିଶ୍ଵାଳଙ୍କ ଏକମାତ୍ର କନ୍ୟା ସାଇ ଅନନ୍ୟା ବିଶ୍ଵାଳ ଓ ରାକେଶ ସ୍ୱାଇଁଙ୍କ ଝିଅ ଶ୍ୱେତଲିନା ସ୍ୱାଇଁ ଏହିସବୁ ବିଭାଗକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରି ବିଜେତା ହୋଇଥିବାରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।