ଧୂ ଧୂ ଦିନ ଦ୍ୱିପହରରେ ରାସ୍ତା କଡ଼ରେ ବୁଲୁଛି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯାଉଛି ମାଡ଼ି ବସୁଛି ଭୂତ ! ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡାରେ । ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣାଟି ହେଲା, ଏ କୌଣସି ଭୂତ ନୁହନ୍ତି। କିନ୍ତୁ ଭୂତ ଭଳି ନିଜକୁ ସଜାଇଛନ୍ତି। ଭୂତ ପୋଷାକ ପରିଧାନ କରିବା ସହ ପୂରା ଶରୀରକୁ ଢାଙ୍କି କି ରଖିଛନ୍ତି । ତେବେ ଏସବୁ କରିବା ପଛରେ ଏକ ବଡ଼ କାରଣ ରହିଛି। କାରଣଟି ହେଲା କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏ ଭାଇରସକୁ ଶେଷ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ। ହେଲେ ଏହାର ସଂକ୍ରମଣ ରୋକିବା ପାଇଁ ଅଧିକାଂଶ ଦେଶ ଲକଡାଉନ ଘୋଷଣା କରିଛନ୍ତି। କିଛି ଲୋକ ଲକଡାଉନକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ନ ମାନି ଘର ବାହାରକୁ ଚାଲି ଆସୁଛନ୍ତି। ଏଭଳି ଅମାନିଆ ଲୋକଙ୍କୁ ସାବାଡ଼ କରିବା ପାଇଁ ଏଭଳି କିଛି ପଦକ୍ଷେପ ନିଆଯାଇଛି। ଲକଡାଉନ ସମୟରେ ଅତି ଜରୁରୀ ନ ଥିଲେ ଲୋକମାନେ ଯେଭଳି ବାହାରକୁ ନ ବାହାରନ୍ତି ସେ ବିଷୟରେ ସଚେତନ କରୁଛନ୍ତି ଯୁବ ସ୍ଵେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ । କରୋନା କବଳରୁ ଲୋକଙ୍କୁ ବଞ୍ଚାଇବା ଲାଗି ଗାଁର ଯୁବକ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ। ବାହାରକୁ ଆସିଲେ ମୁହଁରେ ମାସ୍କ୍ ବାନ୍ଧନ୍ତୁ। ଯୁବ ସ୍ୱେଛାସେବୀଙ୍କର ଏହି ଅଭିନବ ଉଦ୍ୟମକୁ ଜଣ ସାଧାରଣ ବେଶ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here