ମେ ମାସ ୩ ତାରିଖ ଯାଏଁ ସାରା ଦେଶରେ ଲକ୍ ଡାଉନ୍ ଅବଧି ବୃଦ୍ଧି । ଯେଉଁ ଅଞ୍ଚଳରେ ନୂଆ ମାମଲା ସାମନାକୁ ଆସିବ ନାହିଁ ସେଠାରେ ଲକ୍ ଡାଉନ୍ କହୋଳ କରାଯିବ । କିନ୍ତୁ ଯେଉଁଠାରେ କରୋନା ନୂଆ ମାମଲା ସାମନାକୁ ଆସିବ ସେଠାରେ ମେ ୩ ଯାଏଁ ଲକ୍ ଡାଉନ୍ ବଳବତ୍ତର ରହିବ । ଏନେଇ ଏପ୍ରିଲ ୨୦ ପରେ ସ୍ପଷ୍ଟ କରାଯିବ । ଆସନ୍ତାକାଲି ଏନେଇ ଗାଇଡଲାଇନ ଜାରି କରାଯିବ । କିଛି ରାଜ୍ୟରେ Corona ଆକ୍ରାନ୍ତ ବଢ଼ିବାରେ ଲାଗିଛି । ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି । ଯିଏ ଯେଉଁଠି ଅଛନ୍ତି ସେଠାରେ ରୁହନ୍ତୁ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ଲକ୍ ଡାଉନ୍ ଓ ସାମାଜିକ ଦୂରତା , maskପିନ୍ଧିବାକୁ କହିଛନ୍ତି ମୋଦୀ । ଯେତେ ସମ୍ଭବ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । କୌଣସି ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରନ୍ତୁ ନାହିଁ । ଭାରତରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ହେବା ବେଳେ ହିଁ ଆମେ ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ କରିଥିଲେ । ଯେତେେଳେ ଭାରତରେ ୫୦୦ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେତେବେଳେ ଆମେ ୨୧ ଦିନିଆ ଲକ୍ ଡାଉନ୍ କରିଥିଲେ । ତେଣୁ ଅନ୍ୟ ଦେଶ ତୁଳନାରେ ଆମ ଦେଶ ଭଲ ସ୍ଥିତି ରେ ଅଛି । ଭାରତରେ ଆଗାମୀ କିଛି ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ଚିନ୍ତିତ ହେବା ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here