ସିଏମସିର ନୂଆ କମିଶନର କିରଣଦୀପ କୌର ସହୋଟା ନେଲେ ବଡ ଆକ୍ସନ । ଓଫିସକୁ ସମୟରେ ନାଆସୁଥିବାରୁ ୩୦ ଜଣ କର୍ମଚାରୀଙ୍କୁ ଶୋ କଜ୍ ନୋଟିସ୍ ପଠାଇଛନ୍ତି। ଏହି ନୋଟିସ୍ରେ କୁହାଯାଇଛି ଯେ, ଯଦି ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ କାରଣ ଦିଆଯିବ ନାହିଁ, ତେବେ ଦରମା ବନ୍ଦ ହେବ।
ଅଫିସ୍ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀ ମାନେ ଅଫିସରେ ନଥିଲେ । ଏମିତି କି ସିଏମସି କମିଶନର ୧୦ଟା ୩୦ ମିନିଟ୍ ସମୟରେ ଅଫିସ୍ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଖୁବ୍ଧ ହୋଇଥିଲେ ନୂଆ କମିଶନର । ଯାହାଫଳରେ ୩୦ ଜଣ କର୍ମଚାରୀଙ୍କୁ ସେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।














