ଭୁବନେଶ୍ବର – ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ କ୍ଷେତ୍ର ତାଲିକାରେ ଭୁବନେଶ୍ୱର କ୍ଷେତ୍ର ୧୧ତମ ସ୍ଥାନ ଅଧିକାର କରିଛି ।
ଚଳିତ ବର୍ଷ ଭୁବନେଶ୍ୱର ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୮୩.୬୪ (୮୧.୪୨% ପୁଅ ଏବଂ ୮୬.୩୦% ଝିଅ) ରହିଛି । ୧୫ ଫେବୃଆରୀରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ଭୁବନେଶ୍ୱର ଅଞ୍ଚଳରେ ମୋଟ ୧,୧୭,୦୬୯ ଛାତ୍ର (୬୩,୮୦୪ ପୁଅ ଏବଂ ୫୩,୨୬୫ ଝିଅ) ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୯୭,୯୧୯ (୫୧,୯୪୯ ପୁଅ ଏବଂ ୪୫,୯୭୦ ଝିଅ) ପାସ୍ କରିଛନ୍ତି ।
ଓଡ଼ିଶାରେ, ୫୦୫ଟି ସ୍କୁଲର ମୋଟ ୪୦,୭୨୮ ଜଣ ଛାତ୍ରଛାତ୍ରୀ (୨୨,୨୨୮ ଜଣ ପୁଅ ଏବଂ ୧୮,୫୦୦ ଜଣ ଝିଅ) ୨୪୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୩୨,୦୭୦ ଛାତ୍ର (୧୭,୧୨୭ ଜଣ ପୁଅ ଏବଂ ୧୪,୯୪୩ ଜଣ ଝିଅ) ସଫଳ ହୋଇଥିଲେ। ପାସ୍ ହାର ୧୮.୭୪% ( ୭୭.୦୫% ପୁଅ ଏବଂ ୮୦.୭୭% ଝିଅ ) ।
ଚଳିତ ବର୍ଷ ଦେଶର ୭୩୩୦ ପରୀକ୍ଷା କେନ୍ଦ୍ରରେ ୧୯,୨୯୯ ସ୍କୁଲର ମୋଟ ୧୬,୯୨,୭୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୪,୯୬,୩୦୭ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।