ପୁଣି ଥରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ମହାନତା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଓ ପ୍ରବଣ କୁରୁମାନୁର ପଞ୍ଚାୟତର କଢୀଡୁଲାଗୁଣ୍ଟି ଗାଁରେ ମହାନତାର ପରିଚୟ ଦେଇଛନ୍ତି ଡାକ୍ତର ରାଧେଶ୍ୟାମ ଜେନା । ଗାଁରେ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଝଟପଟ ହେଉଥିବା ଖବର ପାଇ ପଲ୍ସ ପୋଲିଓ ଟିକା ଦାନ ନିମନ୍ତେ ଯାଇଥିବା ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କର ୫ଜଣିଆ ଟିମ୍ ପହଁଞ୍ଚି ପ୍ରସବ କରାଇଥିଲେ । ଶିଶୁକୁ ଜନ୍ମ ଦେବା ପରେ ମହିଳା ଜଣକ ଅସୁସ୍ଥ ହୋଇପଡିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ସହ ୫ ଜଣିଆ ଟିମ୍ ୩୦ କିଲୋମିଟର ଦୁର୍ଗମ ରାସ୍ତା , ପାହାଡ, ଜଙ୍ଗଲ ଦେଇ କାନ୍ଧରେ ବୋହି କାଲିମେଳା ମେଡିକାଲକୁ ପ୍ରସୁତିକୁ ଆଣିଥିଲେ ଏବଂ ଏବେ ମା ପିଲା ସୁସ୍ଥ ଅଛନ୍ତି ।

LEAVE A REPLY

Please enter your comment!
Please enter your name here