ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁଇ ଭଉଣୀ ଦୂତୀ-ସରସ୍ୱତୀଙ୍କ କଳି । ପରସ୍ପରର ଚରିତ୍ର ସଂହାର କରିଛନ୍ତି । ଆଜି ସୋଶାଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦ୍ଦେଶ୍ୟରେ-ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ।

LEAVE A REPLY

Please enter your comment!
Please enter your name here