ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି ଏନଏଚଏମ୍ ଓ ଏଏନଏମର କର୍ମୀ. ସେମାନେ ବିଭିନ୍ନ ଦାବି ନେଇ ସରକାରଙ୍କୁ ଘେରିଛନ୍ତି. ସୂଚନା ଅନୁସାରେ, ଦୀର୍ଘ 13-14 ବର୍ଷ କାର୍ଯ୍ୟରତ ଥିବା ପରେ ମଧ୍ୟ ସରକାର ସେମାନଙ୍କର ସ୍ଥାୟୀ ନିଯୁକ୍ତି କରିନାହାନ୍ତି. ଅନ୍ୟପଟେ ଦରଦାମ୍ ବୃଦ୍ଧି ପରିସ୍ଥିତିରେ ସରକାର ସେମାନଙ୍କୁ ମାତ୍ର 8,653 ଟଙ୍କା ଦରମା ପ୍ରଦାନ କରୁଛନ୍ତି. ଯେଉଁଥିରେ ଗୋଟିଏ ପରିବାର ଚଳେଇବା ପୂରା ଅସମ୍ଭବ. ଏ ସଂକ୍ରାନ୍ତରେ ସେମାନେ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି ଶୁଣୁନଥିବା କହିଛନ୍ତି ଧାରଣାକାରୀ. ତେବେ ଦାବି ପୂରଣ ନ ହେଲେ କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ଓ ଆଗାମୀ ଭୋଟ ବର୍ଜନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି.

 

 

LEAVE A REPLY

Please enter your comment!
Please enter your name here