ସ୍ମାର୍ଟସିଟି ପରେ ଏବେ ସ୍ମାର୍ଟ ହେବ ପୌରାଞ୍ଚଳ. ରାଜ୍ୟର ପ୍ରଗତୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ. ରାଜ୍ୟର ପ୍ରାୟ 113 ଟି ପୌରାଞ୍ଚଳକୁ ସ୍ମାର୍ଟ କରାଯିବ ବୋଲି ସୂଚନା ଦିଆଯାଇଛି. ଏହାଛଡା ରାଜ୍ୟର ସମସ୍ତ ରାସ୍ତାରେ ଏଲଇଡି ଲାଇଟ ମଧ୍ୟ ଲଗାଯିବା ପାଇଁ ଯୋଜନା କରାଯାଉଛି. ତେବେ ପାଖାପାଖି 61 ହଜାରରୁ ଅଧିକ ଏଲଇଡି ଲାଇଟ ଲାଗିବ ବୋଲି ଆକଳନ କରାଯାଇଛି.













