ଶନିବାର ନନ୍ଦନକାନନକୁ ପୂରିଛି 59 ବର୍ଷ. ଏଥିପାଇଁ ନନ୍ଦନକାନନ କତ୍ତୃପକ୍ଷଙ୍କ ତରଫରୁ ବିଶେଷ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ପ୍ରାଣୀ ଉଦ୍ୟାନ ସଂପର୍କରେ ଆଲୋକପାତ କରିଥିଲେ. ଅନ୍ୟପଟେ 2019ରେ ଚିଡିଆଖାନାକୁ କିଛି ନୂଆ ଅତିଥି ଆସିବେ ବୋଲି ସୂଚନା ମିଳିଛି. ଯାହା ମଧ୍ୟରେ ଓରାଙ୍ଗଓଟାନ୍, ଜେବ୍ରା, ଜିରାଫ ଓ ଆନାକୋଣ୍ଡା ଭଳି ପ୍ରାଣୀ ଅଛନ୍ତି. ତେବେ ମିଳିଥିବା ସୂଚନା ଅନୁସାରେ, ଆଗାମୀ 2 ମାସ ମଧ୍ୟରେ ଏମାନଙ୍କୁ ମାଡ୍ରାସରୁ ନନ୍ଦନକାନନ ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି. 437 ଏକର ବିଶିଷ୍ଟ ନନ୍ଦନକାନନ ପରିସୀମାକୁ ବୃଦ୍ଧି କରାଯାଇ 1000 ଏକର କରାଯିବ. ଏହାସହ ନନ୍ଦନକାନନରୁ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି.

 

 

LEAVE A REPLY

Please enter your comment!
Please enter your name here