ଆଉ ତିନି ଦିନ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଛି । କୋଭିଡ ନିୟମ ମାନି ସବୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ । ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ସ୍ୱାଧୀନତା ଦିବସରେ ପରେଡ କିମ୍ବା ମାର୍ଚ୍ଚ ପାଷ୍ଟ ହେବନି । କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସଂପୂର୍ଣ୍ଣ ବାରଣ । କାର୍ଯ୍ୟକ୍ରମରେ ୫୦ରୁ ୭୫ ଅତିଥିଙ୍କୁ ନିମନ୍ତ୍ରଣ । ଅତିଥିଙ୍କ ମଧ୍ୟ ୧୫ରୁ ୨୦ ଜଣ କରୋନା ଯୋଦ୍ଧା ସାମିଲ ହେବେ । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here