ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା । ପ୍ରଥମ ଟିକା ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଟିକାକୁ ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମୋଦନ ଦେଇଛି । ପୁଟିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଟିକା ଦିଆଯାଇଥିବାନେଇ ପୁଟିନ୍ ନିଜେ ଏହି ଘୋଷଣା କରିଛନ୍ତି । ଟିକା ନେବା ପରେ ଝିଅ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି । ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ବିକଶିତ କରିଛି କରୋନା ଟିକା । ଖୁବଶୀଘ୍ର ସର୍ବସାଧାରଣ ଯୋଗାଣ ହେବା ନେଇ ସୂଚନା । ପ୍ରଥମେ ରୁଷ୍ କରୋନା ଯୋଦ୍ଧାମାନଙ୍କୁ ଦେବ କରୋନା ଟିକା । ଡାକ୍ତର , ସ୍ୱାସ୍ଥ୍ୟକର୍ମୀ, ଏବଂ ଶିକ୍ଷକଙ୍କୁ ପ୍ରଥମେ ଏହି ଟିକା ଦିଆଯିବ । ପଞ୍ଜିକୃତ ହେବାର ୩ରୁ ୭ଦିନ ଭିତରେ ବଜାରରେ ଉପଲବ୍ଧ ହେବ ଏହି ଟିକା । ୨୦୨୦ ଅକ୍ଟୋବରରୁ ଭ୍ୟାକ୍ସିନର ବହୁଳ ଉତ୍ପାଦନ କରିବାକୁ ରୁଷ ଲକ୍ଷ୍ୟ ରଖିଛି । କରୋନାର ଲକ୍ଷଣ ଭିନ୍ନ ଭିନ୍ନ ହେବାର କାରଣ ଭୌଗଳିକ ପରିସ୍ଥିତି ବୋଲି କୁହାଯାଉଛି । ରୁଷ ଦ୍ୱାରା ବିକଶିତ ଭ୍ୟାକ୍ସିନ ଲୋକଙ୍କ ପ୍ରତିଷେଧକ କ୍ଷମତା ବୃଦ୍ଧି କରିବ । ଭୂତାଣୁ ଯୋଗୁଁ ସୃଷ୍ଟି ହେଉଥିବା ଅନ୍ୟ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଏହି ଭ୍ୟାକ୍ସିନର କୌଣସି ସାଇଡ ଇଫେକ୍ଟ ଜଣାପଡିନାହିଁ । ଯେଉଁଭଳି ଭାବରେ ବିଶ୍ୱ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଏଭଳି ସ୍ଥିତିରେ ଋଷ ପକ୍ଷରୁ ଜାରି ହୋଇଥିବା ସୂଚନା ପାଇଁ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି

LEAVE A REPLY

Please enter your comment!
Please enter your name here