ପାକିସ୍ତାନରୁ ନିୟମିତ ଆସୁଥିଲା କଲ୍ । ଆଉ ଏମିତି କଲ୍ ହିଁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ଚାରିଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସନ୍ଦେହ ଘେରକୁ ନେଇ ଆସିଥିଲା । ଦେଶର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ବିଦେଶୀ ଗୁପ୍ତଚରଙ୍କୁ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ଚାରିଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି । ସନ୍ଦେହ କରାଯାଉଛି, ହନିଟ୍ରାପରେ ଫସି ଯାଇଛନ୍ତି ଏହି ଚାରିଜଣ ଯୁବକ । ଚାନ୍ଦିପୁର ଆଇଟିଆରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଏହି ଚାରିଜଣ ଯୁବକ । ଏମାନେ ହେଲେ ବସନ୍ତ ବେହେରା, ସେକ୍‌ ଫୁସାଫିର, ପ୍ରକାଶ ବେହେରା ଓ ହେମନ୍ତ ମିସ୍ତ୍ରୀ ।

ଓଡିଶା କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଏହାର ସୁରାକ୍ ପାଇବା ପରେ ଚାରି ଅସ୍ଥାୟୀ କର୍ମଚାରୀ ସନ୍ଦେହ ଘେରକୁ ଆସିଥିଲେ । ପାକିସ୍ତାନ ଗୁପ୍ତଚର ସଂସ୍ଥା ଦ୍ବାରା ନିୟୋଜିତ ସୁନ୍ଦରୀ ଯୁବତୀମାନେ ଗିରଫ ଯୁବକମାନଙ୍କ ସହ ସଂପର୍କ ବଢାଇ କ୍ଷେପଣାସ୍ତ୍ର ଗାଟୀର ଗୁପ୍ତତଥ୍ୟ ହାସଲ କରୁଥିଲେ ବୋଲି କୁହାଯାଉଛି । ତେବେ ଏହି ଚାରି ଯୁବକଙ୍କ ସହିତ ଆଉ କିଏ ଅଛନ୍ତି କି ନାହିଁ, ତାର ଖୋଳତାଡ କରୁଛି ତଦନ୍ତକାରୀ ସଂସ୍ଥା ।

LEAVE A REPLY

Please enter your comment!
Please enter your name here