ଏବେ ଅନେକ ଲୋକ ହ୍ୱାଟସଆପ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି । ଏହି ଠକେଇରୁ କେମିତି ସୁରକ୍ଷିତ ରହିବେ ? କଣ ସବୁ ଉପାୟ ଅବଲମ୍ବନ କରିବେ ? ଏହାକୁ ନେଇ ଓଡିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ନିଜ ହ୍ୱାଟସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ୱାଟସଆପ ଆକାଉଣ୍ଟକୁ ଯାଇ ସେଥିରେ ସେଟିଙ୍ଗକୁ ଯାଆନ୍ତୁ । ସେଟିଙ୍ଗକୁ କ୍ଲିକ୍ କରିବା ପରେ ଆକାଉଣ୍ଟ ଏବଂ ପରେ ଟୁ ଷ୍ଟେପ୍ ଭେରିଫିକେସନ ,ଏହାପରେ ଏନାବଲକୁ ବାଛନ୍ତୁ । ଏହାପରେ ୬ ଡିଜିଟ୍ ପିନ୍ ନମ୍ବର ଦେଇ ପୁଣି ଥରେ ପିନ୍ ନମ୍ବର ଡାଏଲ କରି କନଫର୍ମ କରନ୍ତୁ । ହ୍ୱାଟସଆପ ଠକେଇରୁ ବଞ୍ଚିବା ପାଇଁ କୌଣସି ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ ବା ଓଟିପି କାହାକୁ ଦିଅନ୍ତୁ ନାହିଁ । ଅନଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ଲୋକ ସହ କଥା ହୋଇ ଯାଞ୍ଚ କରନ୍ତୁ ।

LEAVE A REPLY

Please enter your comment!
Please enter your name here