ଦିନକୁ ଦିନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ଅଡୁଆ ବଢୁଛି. ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରତିବାଦରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେପି ମହିଳା ମୋର୍ଚ୍ଚା । ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରି ଆସୁଛି.    କୃଷିମନ୍ତ୍ରୀ ପ୍ରଦିପ ମହାରଥୀ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ସେ ମନ୍ତ୍ରୀମଣ୍ଡଳରେ ରହିବାର ଅଧିକାର ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ପ୍ରଭାତି ପରିଡା କହିଛନ୍ତି । ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅହିଂସା ଉପାୟରେ ସେମାନେ ଅଭିଯୋଗ କରିବେ ଏବଂ  ଦିନ ୧୧ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ. ମନ୍ତ୍ରୀମଣ୍ଡଳରୁ ମହାରଥୀଙ୍କୁ ବହିଷ୍କାର ନ କରି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ୍ କହିଁକି ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି.

LEAVE A REPLY

Please enter your comment!
Please enter your name here