ଆଜିଠାରୁ ଆରମ୍ଭ ହୋଇଛି ମଦର ହୋମ୍ ଡେଲିଭରୀ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ମଦ ବିକ୍ରୀ କରିପାରିବେ । ମଦର ଦର ଅନୁସାରେ ୧ ହଜାର ଟଙ୍କା ଭିତରେ ହେଲେ ୧୦୦ ଟଙ୍କା ଓ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହେଲେ ୩୦୦ ଟଙ୍କା ପର୍ଯ୍ୟନ୍ତ ଡେଲିଭରୀ ବାବଦକୁ ନେଇ ପାରିବେ । ମଦ ଦୋକାନ ଆଗରେ ମଦ ବିକ୍ରୀ ମନା ହୋଇଛି । ଅନଲାଇନ ଡେଲିଭରୀ ଜରିଆରେ ମଦ ବିକ୍ରୀ ହେବ । ମଦ ଦୋକାନର କର୍ମଚାରୀମାନେ ମଧ୍ୟ ଡେଲିଭରୀ କରିପାରିବେ । କିନ୍ତୁ ସମସ୍ତ ତଥ୍ୟ ସୁପରିଟେଣ୍ଡେଣ୍ଟ କୁ ଦବାକୁ ପଡିବ । ମଦର ହୋମ ଡେଲିଭରୀ ଆରମ୍ଭ ହେବା ପରେ ବ୍ରହ୍ମପୁରରେ ମଧ୍ୟ ଏହି ସୁବିଧା ଆରମ୍ଭ ହୋଇଛି । ସ୍ୱିଗି ଆପ୍ ଜରିଆରେ ଏହି ସୁବିଧା ଉପଲବ୍ଧ କରାଯାଇଛି । ବ୍ରହ୍ମପୁରରେ ମଦ କିଣିବା ପାଇଁ ବୟସ ସୀମା ୨୧ ବର୍ଷ ସହିତ ଆଧାର କାର୍ଡ ନମ୍ବର ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ହ୍ୱାଟ୍ସଆପ୍, ଫୋନ ନମ୍ବର ମାଧ୍ୟମରେ କରିପାରିବେ ଅର୍ଡର