ଝାରସୁଗୁଡା ଜିଲ୍ଲା ବେଲପାହାଡରେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବେଲପାହାଡ ନାଗରିକ ମଂଚ ଏହି ବନ୍ଦ ଡାକରା ଦେଇଛି । ୬ ଦଫା ଦାବି ନେଇ ମଂଚ ଆଜି ସକାଳ ୬ଟାରୁ ସହରରେ ଗାଡି ଚଳାଚଳ ସହ ଦୋକାନବଜାର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନକୁ ବନ୍ଦ ରଖିଛି । ପ୍ଲାଟଫର୍ମର ନବୀକରଣ ଓ ମରାମତି, ବିଳାସପୁର – ରାୟଗଡା ଓ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ରହଣୀ, ପୁରାତନ ରେଳ ଷ୍ଟେସନରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ପାଉଥିବାବେଳେ ଏହାକୁ ଅବହେଳା କରୁଥିବା ଇତ୍ୟାଦି ଦାବିରେ ମଂଚ ତରଫରୁ ବନ୍ଦ ଡାକରା ଦିଆଯାଇଛି ।ଗତକାଲି ଜିଲ୍ଲାପାଳଙ୍କ ସହ ନାଗରିକ ମଂଚର ବୈଠକ ବିଫଳ ହେବା ପରେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here