ମାଇକ୍ରୋ ଫାଇନାନ୍ସ ଅର୍ଥ ଲୁଟ୍ ହୋଇଥିବା ମିଛ ଅଭିଯୋଗ କରି ନିଜ ଜାଲରେ ନିଜେ ଫସିଛନ୍ତି ମ୍ୟାନେଜର । ଲୋକଙ୍କ ଠାରୁ ସଞ୍ଚୟ କରି କମ୍ପାନି ଟଙ୍କାକୁ ଲୁଚାଇ ତାହା ଲୁଟ ହୋଇଛି ବୋଲି ପୁଲିସ ଆଗରେ ଅଭିଯୋଗ କରିଥିଲେ ମ୍ୟାନେଜର । କିନ୍ତୁ ପୋଲିସ ଆଖି ସାମ୍ନାରୁ ଖସିଯାଇ ନଥିଲେ ସେ । ମାଇକ୍ରୋ ଫାଇନାନ୍ସ କମ୍ପାନିର ରେଙ୍ଗାଲି ଶାଖାର ପରିଚାଳକ ଆକାଶ ଆଳୁ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଦିନ ୧୦ଟା ୩୫ରେ ରେଙ୍ଗାଲିସ୍ଥିତ ନିଜ କାର୍ଯ୍ୟାଳୟରୁ ୫ଲକ୍ଷ ୫୨ ହଜାର ୪୯୦ ଟଙ୍କା ନିଜ ସ୍କୁଟର ଡିକିରେ ରଖି ଲଫଙ୍ଗା ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ବାହାରୁଥିଲେ । କିନ୍ତୁ ସେହି ସମୟରେ ୨ ଜଣ ଲୋକ ଆସି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲୁଟ କରି ନେଇଗଲେ ବୋଲି ଆକାଶ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଆକାଶଙ୍କ ଏହି ମନଗଢ଼ା କାହାଣି ଶୁଣି ପୋଲିସ ମନରେ ସନେ୍ଦହ ଆସିଥିଲା । ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ ତ ଆଖି ଲାଲ ହୋଇଥାନ୍ତା କିନ୍ତୁ ଆକାଶଙ୍କ ଆଖି ଲାଲ୍ ହୋଇନଥିଲା କେବଳ ଆକାଶଙ୍କ କାନ୍ଧରେ କିଛି ଲଙ୍କାଗୁଣ୍ଡ ପଡିଥିଲା । ତେଣୁ ପୋଲିସ୍ ସନେ୍ଦହ କରି ଡାକ୍ତରି ପରିକ୍ଷା ପାଇଁ ଆକାଶକୁ ପଠାଇଥିଲେ । ତେବେ ଡାକ୍ତରଙ୍କ ରିପୋର୍ଟ ଆସିବା ପରେ ତାଙ୍କ ଆଖିରେ କିଛି ଲଙ୍କାଗୁଣ୍ଡ ପଡିନଥିଲା । ଆକାଶକୁ ପଚାରା ଉଚରା ପରେ ସତକଥା ସାମ୍ନାକୁ ଆସିଥିଲା । ଆକାଶ ସତକଥା ମାନିଯାଇଥିଲେ । ସେ ଲୋଭରେ ପଡି ଟଙ୍କା ଚୋରି କରିଥିଲେ ବୋଲି କହିଥିଲେ । କର୍ମଚାରିଙ୍କ ଉପରେ ୩୯୨ ଧାରା ମାମଲା ରୁଜୁ ହୋଇ ତାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here