ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନୁ ହେବାକୁ ପଡୁଛି ଏମାନଙ୍କୁ । ତେଣୁ ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି । ଚିତ୍ରକୋଣ୍ଡା ଭଳି ଉପାନ୍ତ ଅଂଚଳରେ ବାସ କରୁଥିବା ହେତୁ ସେମାନେ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘ ଦିନରୁ ଉତ୍ତମ ମୋବାଇଲ ସେବା ଯୋଗାଇବା ନେଇ ଦାବୀ ଜଣାଇଥିଲେ ମଧ୍ୟ ସେହି ଅଂଚଳରେ କୈାଣସି ଫଳ ମିଳିନଥିଲା । ତେଣୁ ଆଜି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରାଯାଉଛି । ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାର ପ୍ରଭାବରେ ସ୍ଥାନୀୟ ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । ବିଏସଏଫ ଉତ୍ୟକ୍ତଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଆନ୍ଦୋଳନକାରୀ ଓ ବିଏସଏଫ ମଧ୍ୟରେ ଯୁକ୍ତିତର୍କ ହେବା ସହ ଠେଲାପେଲା ମଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here