ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୪୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୪୯୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୯୬ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨ । କରୋନାରୁ ସୁସ୍ଥ ହେଲେଣି ୯୯, ୩୯୮ । ଆକ୍ଟିଭ୍ କେସ୍ ରହିଛି ୩୧,୩୬୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୭୬, ପୁରୀ-୨୧୭, ମୟୂରଭଞ୍ଜ-୨୦୭, ରାୟଗଡା-୨୦୬, ଯାଜପୁର-୧୭୮, ସୋନପୁର-୧୦୭, ଝାରସୁଗୁଡା-୧୦୩, ନୂଆପଡା-୧୦୨, କୋରାପୁଟ-୯୩, ବାଲେଶ୍ୱର-୯୨, ଜଗତସିଂହପୁର-୯୧, ଭଦ୍ରକ-୮୯, ବରଗଡ-୮୧,
ସେହିପରି କରୋନାରେ ଆଜି ୧୩ ଜଣଙ୍କର ଜୀବନ ଯାଇଛି । ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତ ଆଖି ବୁଜିଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ଜଣେ ୭୦ ବର୍ଷୀୟ ପୁରୁଷ ଓ ଜଣେ ୨୪ ବର୍ଷୀୟ ଯୁବକ ଆଖି ବୁଜିଛନ୍ତି । ରାୟଗଡା ଜିଲ୍ଲାରୁ ୨ ମୃତ, ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here