ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ଚିନ୍ତା ବଢାଇଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ନିୟମ କଡାକଡି କରାଯାଇଛି। ସେମାନଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏପରିକି କ୍ୱାରେଣ୍ଟିନ ଅବଧି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ । ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଏକ ଭିଡିଓ କନଫରେନସିଂରେ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କ୍ୱାରେଣ୍ଟିନ ଅବଧି ବଢାଯିବା ଆବଶ୍ୟକ। ପୂର୍ବରୁ କ୍ୱାରେଣ୍ଟିନ ଅବଧି ୧୪ ଦିନ ଥିବାବେଳେ ଏବେ ଏହାକୁ ୨୧ଦିନକୁ ବୃଦ୍ଧି କରିବା ପାଇଁ ସେ ସୂଚନା ଦେଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here