ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିଲା ବାତ୍ୟା ‘ଫନି’। ଏହି ଫନି ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲ୍ୟାଣ୍ଡଫଲ କରିଥିଲା। ‍ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା। ଗତକାଲି ବାତ୍ୟକୁ ୧ ବର୍ଷ ପୂରିଥିଲା। ଏ ନେଇ ଖବର ସଂଗ୍ରହ କରିବାକୁ ଏକ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ପର୍ସନ ଚିତ୍ତରଞ୍ଜନ ଖୁଣ୍ଟିଆ ତାଙ୍କ ସହଯୋଗୀଙ୍କୁ ନେଇ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ। ତେବେ ଅଭୟାରଣ୍ୟର ନେଚର କ୍ୟାମ୍ପରେ ବନ କର୍ମଚାରୀ ଡ୍ୟୁଟି ବଦଳରେ ନିଶା ସେବନରେ ବ୍ୟସ୍ତ ଥିଲେ। ଏନେଇ ଗଣମାଧ୍ୟମ କର୍ମଚାରୀ ଏହାର ଭିଜୁଆଲ ନେବାରୁ ବନ କର୍ମଚାରୀ ବିରୋଧ କରିଥିଲେ। ତଥାପି ଚିତ୍ତରଞ୍ଜନ ନ ଶୁଣିବାରୁ ୨ ବନ କର୍ମଚାରୀ ତାଙ୍କୁ ଦୁର୍ବବ୍ୟହାର କରିବା ସହ କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କୁ ମାଡ଼ ମାରିଥିଲେ । ଏହାସହ ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ଏନେଇ ଚିତ୍ତରଞ୍ଜନଙ୍କ ଅଭିଯୋଗ ପରେ ପେଣ୍ଠକଟା ଥାନାରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here