ରାଜ୍ୟରେ ଆଜି ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୬୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ୬୭୬ କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ରହିଛି ୩୭,୨୧୦ ଏବଂ ସୁସ୍ଥ ହେଲେଣି ୧,୭୭, ୫୮୫ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୨୩୦, ଷ୍ଟେଟ ପୁଲ-୨୧୧, ପୁରୀ-୧୭୮, ବାଲେଶ୍ୱର-୧୪୬, ମୟୂରଭଞ୍ଜ-୧୪୩, ଅନୁଗୁଳ-୧୨୯, ସମ୍ବଲପୁର-୯୮, ଝାରସୁଗୁଡା-୯୬, କେନ୍ଦ୍ରାପଡା-୯୪, ୈଙ୍କାନାଳ-୯୧, ନୂଆପଡା-୮୫, ଜଗତସିଂହପୁର-୮୪, କନ୍ଧମାଳ ଓ କେନ୍ଦୁଝରରୁ ୮୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର-୭୮, ବରଗଡ-୬୯, ନୟାଗଡ-୬୮, ସୁନ୍ଦରଗଡ-୬୨, ଯାଜପୁର-୬୦, ନବରଙ୍ଗପୁର-୫୮, ଭଦ୍ରକ-୫୯, କୋରାପୁଟ-୫୫, କଳାହାଣ୍ଡି-୫୪, ବୌଦ୍ଧ-୪୫, ରାୟଗଡା-୪୧, ଗଞ୍ଜାମ-୩୪, ମାଲକାନଗିରି-୨୪, ସୁବର୍ଣ୍ଣପୁର-୨୨, ଗଜପତି-୨୧, ଦେବଗଡରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା ଭାଇରସ । ବାଲେଶ୍ୱର, କଟକ, ଖୋର୍ଦ୍ଧାରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀରୁ-୨, ବଲାଙ୍ଗିର, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।