କରୋନାରେ ଆଜି ୧୬ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି , କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ହୋଇଛି ।
ସେହିପରି ରାଜ୍ୟରୁ ଆଜି ୨୫୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୫୦୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୦୪୨ । ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ-୧୩୪, ବୌଦ୍ଧ-୩୭, ଦେଓଗଡ-୧୪, ଢେଙ୍କାନାଳ-୨୫, ଗଜପତି-୧୦, ଗଞ୍ଜାମ-୩୪, ଜଗତସିଂହପୁର-୮୬, ଯାଜପୁର-୯୦, ଝାରସୁଗୁଡା-୫୭, କଳାହାଣ୍ଡି-୭୫, କନ୍ଧମାଳ-୪୯, କେନ୍ଦ୍ରାପଡା-୭୫, କେନ୍ଦୁଝର-୪୩, କୋରାପୁଟ-୭୨, ମାଲକାନଗିରି-୨୭,ମୟୂରଭଞ୍ଜ-୧୨୦, ନବରଙ୍ଗପୁର-୬୦, ନୟାଗଡ-୪୮, ନୂଆପଡା-୮୮, ପୁରୀ-୭୦, ରାୟଗଡା-୨୧, ସମ୍ବଲପୁର-୮୪, ସୋନପୁର-୪୮, ସୁନ୍ଦରଗଡ-୧୬୧, ଅନୁଗୁଳ-୨୦୧୮, ବାଲେଶ୍ୱର-୧୦୩, ବରଗଡ-୯୨, ଭଦ୍ରକ-୩୪, ବଲାଙ୍ଗୀରରୁ ୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୨୩୯ ।

LEAVE A REPLY

Please enter your comment!
Please enter your name here