ରାୟଗଡା ଜିଲ୍ଳା ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳା ତିନଟି ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ହେଉଛନ୍ତି ବିଷମ କଟକ ବ୍ଲକ କାଙ୍କବଡି ପଞ୍ଚାୟତ ଗାନ୍ଧୀ ନଗର ଗ୍ରାମର ନିରଞ୍ଜନ କୁମ୍ବୁରୁକାଙ୍କ ପତ୍ନୀ ରଜନୀ କୁମ୍ବୁରୁକା । ଶନିବାର ସକାଳେ ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ମଧ୍ୟାନ 1.30 ମିନିଟ ସମୟରେ ମହିଳା ତିନଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ପ୍ରଥମ ଶିଶୁ କନ୍ୟାର ଓଜନ 2 କିଲୋ 300 ଗ୍ରାମ ଥିବା ବେଳେ ଦ୍ଵିତୀୟ ଶିଶୁ କନ୍ୟାର ଓଜନ 1 କିଲୋ 300 ଗ୍ରାମ ଓ ତୃତୀୟ ଶିଶୁ କନ୍ୟାର ଓଜନ 1 କିଲୋ ରହିଛି । ଓଜନ କମ ଥିବା ଦୁଇ ଶିଶୁ କନ୍ୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

LEAVE A REPLY

Please enter your comment!
Please enter your name here