କିଟ୍ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୟୁଜିସିର ତଥ୍ୟାନୁସନ୍ଧାନ ପ୍ୟାନେଲ୍ ବଡ଼ ଖୁଲାସା କରିଛି। କିଟ୍ କର୍ତ୍ତୃପକ୍ଷଙ୍କ ଲାପରବାହିକୁ ମୂଳ କାରଣ ବୋଲି ରିପୋର୍ଟ୍‌ରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ପାଉଛି।
ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ଏଭଳି ଏକ ରିପୋର୍ଟ ଦେଇଥିବା ସୂଚନା ରହିଛି। ଗତ ମେ ୨୦ରେ କିଟ୍ ପରିସରକୁ ଆସିଥିବା କମିଟି ବିଶ୍ୱ ବିଦ୍ୟାଳୟର ପ୍ରଶାସନିକ ଦାୟିତ୍ୱରେ ଥିବା କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା। କେଉଁ କାରଣରୁ ହୋଇଥିଲା ଏଭଳି ସ୍ଥିତି ତାର ତଦାରଖ କରିବା ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା।
ଛାତ୍ରଛାତ୍ରୀ ଦେଉଥିବା ଅଭିଯୋଗକୁ ଏଡ଼ାଇ ଦେଇଛି କିଟ୍। ୟୁଜିସି ଟିମକୁ ଅନେକ ସ୍ଥଳରେ କମ୍ପ୍ରମାଇଜ୍ କରିବାର କଥା ପ୍ରମାଣ ମିଳିଛି । ବିଶ୍ୱ ବିଦ୍ୟାଳୟର ICC ପିଲାଙ୍କ ଅଭିଯୋଗର ତଦନ୍ତ ଓ ନ୍ୟାୟ ଦେବାର ଅସଫଳ ବୋଲି ଦର୍ଶାଇଛି ଟିମ । ବିଶ୍ୱ ବିଦ୍ୟାଳୟ ନିକଟରେ ଅନେକ ଅଭିଯୋଗ ରହିଥିଲା କିନ୍ତୁ କୌଣସି କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଦର୍ଶାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।

LEAVE A REPLY

Please enter your comment!
Please enter your name here