ରାଜ୍ୟରେ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୦୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୪୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୬୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୪୯୧, ପୁରୀ-୩୨୬, ଷ୍ଟେଟ ପୁଲରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର-୧୮୩, ଯାଜପୁର-୧୭୬, ସମ୍ବ ଲପୁର-୧୫୪, ଜଗତସିଂହପୁର-୧୪୬, କେନ୍ଦ୍ରାପଡା-୧୨୩, ସୁନ୍ଦରଗଡ-୧୨୧, ବରଗଡ-୧୧୬, କୋରାପୁଟ-୧୧୪, ଅନୁଗୁଳ-୧୦୯,ମୟୂରଭଞ୍ଜ-୧୦୭, କନ୍ଧମାଳ ଓ ନବରଙ୍ଗପୁରରୁ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧,୩.୫୬୭ଏବଂ ଆକ୍ଟିଭ୍ କେସ୍ ରହିଛି ୩୭, ୨୩୯ ।
ସେହିପରି ରାଜ୍ୟରେ ୯ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ ଜିଲ୍ଲାରୁ ସର୍ବାଧିକ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଭଦ୍ରକ , ବଲାଙ୍ଗିର, କଟକ, ଗଜପତିରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ପୁରୀ, ରାୟଗଡା ଓ ସମ୍ବଲପୁରରୁ ମଧ୍ୟ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ କରୋନାମୃତ୍ୟୁ ସଂଖ୍ୟା ୬୯୧ ।