ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା । Kò«ê ଚଳିତ ମାସ ଦୁର୍ଗା ପୂଜା ପଡ଼ୁଥିବାରୁ ଏହାକୁ ୧ ମାସ ପର୍ଯ୍ୟନ୍ତ କୋହଳ କରିଦେଇଛନ୍ତି ରାଜ୍ୟ ସରକାର। ଫଳରେ ଏହାକୁ ଚଳିତ ମାସ ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର । ଏହି ମାସେ ଭିତରେ ସଂପୃକ୍ତ ଡିଲର ବିକିଥିବା ଗାଡ଼ିରୁ ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ । ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ HSRP ପ୍ଲେଟ୍ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । HSRP ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC) ମିଳିପାରିବ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ ୨୦୧୮ ବର୍ଷରେ ସାରା ରାଜ୍ୟରେ ୩.୩୫ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଥିଲା । କିନ୍ତୁ ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ କେବଳ ସେପ୍ଟେମ୍ବରରେ ରାଜ୍ୟରେ ୧.୨୩ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିବା ପରିବହନ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱରରେ କେବଳ ୨୪ ହଜାର ଲାଇସେନ୍ସ ଦିଆଯାଇଛି ।