ସରକାର ସାଧାରଣ ଲୋକଙ୍କ ନିକଟତର ହେବ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି | ସେ ମୋ ସରକାର ଯୋଜନା ହଉ ଅବା ୫ ଟି | ନିଜ ମନ୍ତ୍ରୀମଣ୍ଡଳ ଓ ପୋଲିସ ଅଧିକାରୀମାନଙ୍କୁ ସାଧାରଣ ଲୋକଙ୍କ ସୁବିଧା ଓ ଅସୁବିଧା ବୁଝିବା ପାଇଁ କଡା ତାଗିତ୍ ମଧ୍ୟ କରିଛନ୍ତି | କିନ୍ତୁ ଏହି ସବୁ ସତ୍ୱେ ଆଜି ଏପରି ଏକ ଘଟଣା ସାମ୍ନାକୁ ଯାହା ଚାଞ୍ଚଲ୍ୟ ଖେଳାଇ ଦେଇଛି | ଜଣେ ସାଂସଦ ପୋଲିସ୍ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ | ସେ କେହି ନୁହନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ଅନୁଭବ ମହାନ୍ତି | ପୋଲିସ ତାଙ୍କ କଥା ଶୁଣିନଥିବା, ତାଙ୍କୁ ଅଣଦେଖା କରିଥିବା ଓ ତାଙ୍କୁ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି |
ସୂଚାନଯୋଗ୍ୟ, ଅନୁଭବ ପଡ଼ୋଶୀଙ୍କ ଉତ୍ପାତ ନେଇ ଗତ ରାତିରେ ଅଭିଯୋଗ କରିଥିଲେ | ଅନୁଭବ ମହାନ୍ତିଙ୍କ ନନ୍ଦିସାହି ସ୍ଥିତ ବାସଭବରେ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । କ’ଣ ହେଲା ବୋଲି ପଚାରିଥିଲେ । ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୋଲିସଙ୍କୁ ଫୋନ୍ କରିଥିଲେ ହେଁ, ବିଳମ୍ବରେ ପହଞ୍ଚିଥିଲା ପୋଲିସ୍ । ବିଳମ୍ବରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲା । ଘଟଣା ଘଟିବାର, ଏତେ ସମୟ ବିତିଯାଇଥିଲେ ହେଁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି | ଉତ୍ପାତ କରୁଥିବା ଯୁବକଙ୍କୁ ଗିରଫ ନକରିବା ଘଟଣାକୁ ନେଇ ସୋମବାର ଟ୍ୱିଟରରେ କମିସନରେଟ୍ ପୋଲିସର ସାହାଯ୍ୟ ଭିକ୍ଷା ମାଗିଥିଲେ ଅନୁଭବ । ସେପଟେ ପୋଲିସ ଅଭିଯୋଗକୁ ଖଣ୍ଡନ କରିବା ସହ ଲିଖିତ ଅଭିଯୋଗ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ | ଠିକ ସେହିପରି ଅନୁଭବଙ୍କ ପଡୋଶୀ ମଧ୍ୟ ଅନୁଭବଙ୍କ ବିରୋଧରେ ପାଲଟା ଥାନାରେ ଅଭିଯୋଗ କରିଛନ୍ତି |

LEAVE A REPLY

Please enter your comment!
Please enter your name here