ଅଟୋ ଚାଳକଙ୍କୁ ୫୨ ହଜାର ଟଙ୍କା ଫାଇନ । ରାଜଧାନୀ ଭୁବନେଶ୍ୱରରେ ନୂଆ ମୋଟର ଆକ୍ଟ ଅନୁସାରେ ଏହି ଫାଇନ ଲଗାଯାଇଛି ସୂଚନାନୁସାରେ, ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ ଆକ୍ସନ ମୋଡରେ ରହିଛି । ଓଡିଶାରେ ମଧ୍ୟ ଏହି ନୂଆ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଗଣେଶ ପୂଜା ଓ ନୂଆଖାଇଁ ପାଇଁ ଫାଇନ ଆଦାୟ ବନ୍ଦ ରହିଥିବା ବେଳେ ଆଜି ପୁଣି କମିଶନରେଟ ପୋଲିସ ଜୋରଦାର ଚେକିଂ ଆରମ୍ଭ କରିଛି । ହେଲମେଟ୍ ସମେତ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଚେକିଂ କରାଯାଉଛି । ଆଜି ଏହି ଚେକିଂ ସମୟରେ ପୋଲିସ ଜାଲରେ ପଡିଛନ୍ତି ଜଣେ ଅଟୋ ଚାଳକ । ତାଙ୍କୁ ଲାଗିଛି ୫୨ହଜାର ଟଙ୍କାର ଜରିମାନା । ଆଜି ଦିନ ପ୍ରାୟ ୧୧ଟାବେଳେ ରାଜଧାନୀର ଆଚାର‌୍ୟ୍ୟ ବିହାର ଅଂଚଳରେ ଚେକିଂ ଚାଲୁଥିଲା । ଏହି ସମୟରେ ଜଣେ ଅଟୋ ଚାଳକ ପୋଲିସକୁ ଦେଖି ଘାବରାଇ ଯାଇଥିଲେ । ପରେ ପୋଲିସ ହାତରେ ଧରା ପଡିଥିଲେ ।ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୫ହଜାର ଟଙ୍କା ଫାଇନ ପକାଯାଇଥିଲା । ପରେ ଅଟୋର କାଗଜ ପତ୍ର, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଠିକ ନଥିବା ପୋଲିସକୁ ଜାଣିବାକୁ ମିଳିଥିଲା । ଏପରିକି ଡ୍ରାଇଭରଜଣଙ୍କ ମଦ୍ୟପାନ କରି ଅଟୋ ଚଳାଉଥିଲେ । ଫଳରେ ନୂଆ ମୋଟର ଆକ୍ଟ ଅନୁସାରେ ତାଙ୍କୁ ଆହୁରି ଆରଟିଓ ପକ୍ଷରୁ ୪୭ ହଜାର୫୦୦ ଟଙ୍କା ଫାଇନ ଲଗାଯାଇଥିଲା । ଏପରି ଭାବେ ଅଟୋ ଚାଳକଙ୍କୁ ମୋଟ ୫୨ ହଜାର ଟଙ୍କାର ଫାଇନ ଦେବାକୁ ପଡିବ । ଅଟୋ ଡ୍ରାଇଭରଜଣଙ୍କ ହରିବନ୍ଧୁ କହଁର ହୋଇଥିବା ଜଣାପଡିଛି । ସେ ସ୍ଥାନୀୟ ବଡଗଡ ଅଂଚଳରେ ରହୁଥିଲେ

LEAVE A REPLY

Please enter your comment!
Please enter your name here