ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରବିବାର ଆମଧ୍ୟାହ୍ନରେ ଆଣ୍ଡାମାନ ଉପକୂଳରେ 5.4 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି ।ଆଣ୍ଡାମାନ ନିକୋବରରେ ସଂଗଠିତ ହୋଇଥିବା ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆଣ୍ଡାମାନ ସାଗରରେ ରହିଛି । ଏହାର ଗଭୀରତା ଭୂପୃଷ୍ଠରୁ 90 କି.ମି ରହିଛି ବୋଲି ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛନ୍ତି । 5.4 ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ଦ୍ବାରା ଧନଜୀବନ ହାନି ତଥା କୌଣସି କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ବୋଲି ଅଧିକାରୀ କହିଛନ୍ତି । ଭୂମିକମ୍ପ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନକୁ ସୁନାମୀ ଆଲର୍ଟ ଜାରି କରାଯାଇନାହିଁ ।














