ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ କ୍ଲାସ ଖୋଲିବ । ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ଚାଲିବ ପାଠପଢା । ପ୍ରାୟ ୨ ବର୍ଷ ହେଲା ସ୍କୁଲ ଯାଇନାହାଁନ୍ତି ପ୍ରାଥମିକ ପିଲା । ଯେଉଁ ସ୍କୁଲରେ ସମ୍ମେଟିଭ ପରୀକ୍ଷା ହେବ, ଜାନୁଆରୀ ୧୦ ତାରିଖ ପରେ ସେଠି କ୍ଲାସ ଆରମ୍ଭ ହେବ । କୋଭିଡ ଗାଇଡଲାଇନ୍ ମାନି ସ୍କୁଲ ଖୋଲିବ , ପାଠପଢା ଚାଲିବ ।

LEAVE A REPLY

Please enter your comment!
Please enter your name here