ଇରାନକୁ ନୂତନ ମୁଖ୍ୟ ଅଲି ଖାମେନଇଙ୍କ ପୁଅ ମୋଜତାବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଜତବା ଖାମନେଇଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖୋଲା ସମର୍ଥନ କରିଛନ୍ତି । ସୋମବାର ପୁତିନ ବୟାନ ଦେଇଛନ୍ତି ଯେ ସେ ଇରାନକୁ ସର୍ବଦା ଅତୁଟ ସମର୍ଥନ ଦେବେ । ପୁତିନ କହିଛନ୍ତି ଯେ ରୁଷ ତାର ଇରାନୀ ବନ୍ଧୁଙ୍କ ସହିତ ଏକଜୁଟ ହୋଇ ରହିଛି ଏବଂ ସମସ୍ତ କଠିନ ପରିସ୍ଥିତିରେ ଇରାନ ସହିତ ଠିଆ ହେବ । ମୋଜତାବା ଖାମନେଇ ବାପା ଅଲୀ ଖାମନେଇଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବେ ବୋଲି ପୁତିନ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସମୟରେ ଇରାନ ସଶସ୍ତ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ସମୟରେ ଏହି ପଦବୀରେ ନେତୃତ୍ୱ ନେବାର ସାହସ ଏବଂ ସମର୍ପଣର ଏକ ବଡ଼ ପରୀକ୍ଷା ହେବ। ଗତକାଲି ରବିବାର Assembly Of Expert ଇରାନର ନୂତନ ନେତାଙ୍କୁ ଚୟନ କରିଥିଲା । ଅଲୀ ଖାମେନେଇଙ୍କ ପୁଅ ମୋଜତାବାଙ୍କୁ ଇରାନର ନୂତନ ନେତା ଭାବେ ଚୟନ କରାଯାଇଛି ।













