ଆଯୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ରାଜ୍ୟବ୍ୟାପି ଜନସାଧାରଣଙ୍କଠୁ 1 କୋଟି ଦସ୍ତଖତ ସଂଗ୍ରହ କରାଯିବା ପରେ ଦଳ ପକ୍ଷରୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି. ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟରେ କାର୍ଯ୍ୟକାରୀ ନ କରିବାକୁ ବିଜେପି ସମାଲୋଚନା କରିଛି. ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ହୀନ ରାଜନୈତିକ ସ୍ବାର୍ଥରୁ ଦୂରରେ ରହି ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି. ରାଜ୍ୟପାଳଙ୍କ ମାଧ୍ୟମରେ ଏହି ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି. ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଗ୍ରହଣ ନକରି ନିଜସ୍ବ ବିଜୁ ସ୍ବାସ୍ଥ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରୁଛନ୍ତି.

LEAVE A REPLY

Please enter your comment!
Please enter your name here