ଇରାନରେ ଦିନକୁ ଦିନ ବଢୁଛି ଉତ୍ତେଜନା । ଏହାକୁ ଦୃଷ୍ଟିରେ ରଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ନିଜର ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡା ନିର୍ଦ୍ଦେଶ ଜାରି କରିଛି । ଭରତୀୟ ଦୂତାବାସ ଏକ୍ସରେ ପୋଷ୍ଟ କରି କହିଛି ଯେ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକ ସହିତ ସମସ୍ତ ଭାରତୀୟ ନିଜ ସାଧନ ଅନୁଯାୟୀ ଯଥା ସମ୍ଭବ ଇରାନ ଛାଡି ଦିଅନ୍ତୁ ଓ ଇରାନ ଛାଡିବା ସହ ଉକ୍ତ ଦେଶରେ ହେଉଥିବା ବିରୋଧ ପ୍ରଦର୍ଶନ କିମ୍ବା ଧାରଣାସ୍ଥଳରୁ ଦୂରେଇ ରୁହନ୍ତୁ । ଭାରତୀୟ ଦୂତାବାସ ସହ ସର୍ବଦା ଯୋଗାଯୋଗରେ ରୁହନ୍ତୁ । ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ନିଜର ପାସପୋର୍ଟ, ଆଇଡି ଓ ଅନ୍ୟ ଯାତ୍ରାକାଳୀନ କାଗଜପତ୍ର ସର୍ବଦା ପ୍ରସ୍ତୁତ କରି ରଖନ୍ତୁ । କୌଣସି ପ୍ରକାରର ସହାୟତ ପାଇଁ ଦୂତାବାସ ସହ ଯୋଗାଯୋଗ କରନ୍ତୁ । ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି । ଯାହା ଜରିଆରେ ଦୂତାବାସ ସହ ଯୋଗାଯୋଗ କରାଯାଇ ପାରିବ । ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା +୯୮୯୧୨୮୧୦୯୧୧୫,+୯୮୯୧୨୮୧୦୯୧୦୯,
+୯୮ ୯୧୨୮୧୦୯୧୦୨,+୯୮ ୯୯୩୨୧୭୯୩୫୯














