ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ‘ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି ।
ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ ଗତିଶକ୍ତି ଆରମ୍ଭ ହେଉଛି ।
୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ।
ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ ।
ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗ ହେବ ।
୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା ।
୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ।

ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ ।
ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢା ପାଇଁ ୨ ଶହ ଚ୍ୟାନେଲ ହେବ ।
ନେସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।
ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲଥ୍ ।
ଅଙ୍ଗନବାଡିକୁ ଅଧିକ ସୁଦୃଢ କରାଯିବ,ହେବ ସକ୍ଷମ ଅଙ୍ଗନବାଡି ।
ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡିକୁ ଅପଗ୍ରେଡ କରାଯିବ ।
୨୦୨୨-୨୩ରେ ୩ କୋଟି ୮୦ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ ।
୮୦ ଲକ୍ଷ ପିଏମ ଆବାସ ପାଇଁ ୪୮ ହଜାର କୋଟି ବ୍ୟୟବରାଦ ।
ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲଭମେଣ୍ଟ ସ୍କିମ ଆରମ୍ଭ ହେବ ।
୧୧୨ ଆକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫ ପ୍ରତିଶତ ସଫଳ ହୋଇଛନ୍ତି ।
କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି ।
ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
୫ଜି ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ
ଇ-ଭେଇକିଲ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ ।
୨୦୨୨-୨୩ ରେ ୫ଜି ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ କରାଯିବ ।
ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅଫ୍ଟିକାଲ ଫାଇବର ।
ସ୍ପେଶାଲ ଇକୋନୋମିକ ଜୋନରେ ପରିବର୍ତ୍ତନ କରାଯିବ ।
ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରାଯିବ ।
୬୮ % ପ୍ରତୀରକ୍ଷା ସାମଗ୍ରୀ ଲୋକାଲ ମାର୍କେଟରୁ କିଣାଯିବାକୁ ନିଷ୍ପତ୍ତି ।
୨୦୩୦ ସୁଦ୍ଧା ୨୮୦ ଗିଗାୱାଟ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ ।
ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯,୫୦୦ କୋଟି ବ୍ୟୟବରାଦ ।
ଆସିବ ଡିଜିଟାଲ କରେନ୍ସି
କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି ।
କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଡିଜିପିର ୪% ।
୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହେବ ଡିଜିଟାଲ କରେନ୍ସି ।
ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ ।
୨୦୨୨-୨୩ରେ ମୋଟ୍ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ।
ଜିଏସଡିପିର ୬.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ।
ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ
ବଜେଟରେ ଟିକସ ବ୍ୟବସ୍ଥା ଘୋଷଣା
କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ।
ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ ।
ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିବେ, ସୁଧାରି ପାରିବେ ।
୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା ।
ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪ ପ୍ରତିଶତ ।
କେନ୍ଦ୍ର କର୍ମଚାରୀଙ୍କ ୧୪%, ରାଜ୍ୟ କର୍ମଚାରୀଙ୍କ ୧୦ ପ୍ରତିଶତ କଟୁଥିଲା ।
କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% ହେଲା ।
କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ ପାଇ ୭% ହେଲା ।
ଜାନୁଆରୀ ୨୦୨୨ ସୁଦ୍ଧା ରେକର୍ଡ ୧.୫୯ ଲକ୍ଷ କୋଟି ଜିଏସଟି ସଂଗ୍ରହ ।
କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା ।
ହୀରା , ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫ ପ୍ରତିଶତ ହ୍ରାସ ନେଇ ଘୋଷଣା ।

LEAVE A REPLY

Please enter your comment!
Please enter your name here