ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଲେବାନନରେ ଧ୍ବଂସର ତାଣ୍ଡବ । ଦକ୍ଷିଣ ଲେବାନନରେ ତିନିଶହରୁ ଅଧିକ ଥର ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ତେବେ ଏୟାର ଷ୍ଟ୍ରାଇକ ପୂର୍ବରୁ ଅଞ୍ଚଳ ଛାଡି ଚାଲିଯିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଥିଲା ଏସ୍ରାଏଲ । ଭିଡିଓ ବାର୍ତ୍ତାରେ ସ୍ଥାନୀୟ ଲୋକଙ୍କୁ ଛାଡି ଚାଲିଯିବାକୁ ପରାମର୍ଶ ଦେବାର କିଛି ସମୟ ପରେ ଘନ ଘନ ରକେଟ୍ ମାଡ କରିଥିଲା ଇସ୍ରାଏଲ । ଅନେକ ଲୋକ ସ୍ଥାନ ଛାଡି ଚାଲିଯାଇଥିଲେ ହେଁ ଆକ୍ରମଣରେ 274 ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । 2006 ରୁ ଇସ୍ରାଏଲ ବିଦ୍ରୋହୀ ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଏଭଳି ଭଯଙ୍କର ଆକ୍ରମଣ ଇସ୍ରାଏଲ କେବେ ପୂର୍ବରୁ କରି ନ ଥିଲା ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here