ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତରେ ଇସ୍ରାଏଲ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଇସ୍ରାଏଲ ଠାରୁ ଏହି ଅସ୍ତ୍ର ନବାକୁ ଚାହୁଛନ୍ତି କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛି। ଏହି ଅସ୍ତ୍ର ବ୍ରହ୍ମାସ୍ତ୍ର କ୍ଷେପଣାସ୍ତ୍ର ଅପେକ୍ଷା ଆହୁରି ଘାତକ ବୋଲି କୁହାଯାଉଅଛି । ଏହା ଏକ ବାୟୁ-ନିର୍ଗତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହାକୁ ଗୋଲଡେନ୍ ହରାଇଜନ୍ ବୋଲି କୁହାଯାଏ। ଏହାକୁ ଲଢ଼ୁଆ ବିମାନରୁ ନିକ୍ଷେପ କରାଯାଇପାରିବ। ଏହା ଗଭୀର ବଙ୍କର, ସୁଦୃଢ଼ ଦୁର୍ଗ ଓ ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଭେଦ କରିପାରିବ। ବିଶେଷଜ୍ଞମାନେ ଏହାର ପରିସର ୧ହଜାରରୁ ୨ହଜାର କିଲୋମିଟର ହେବ ବୋଲି ଆକଳନ କରିଛନ୍ତି । ଏହି କ୍ଷେପଣାସ୍ତ୍ର ବିଶେଷ ଭାବରେ କଠିନ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଛି । ଇସ୍ରାଏଲ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଅନ୍ୟ କୌଣସି ଦେଶ ସହିତ ସେୟାର ନକରି ଭାରତକୁ ପ୍ରାଥମିକତା ଦେଇଥିଲା। ଏହା ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଦୃଢ଼ ପ୍ରତିରକ୍ଷା ସହଭାଗୀତାର ଫଳାଫଳ ଅଟେ। ଭାରତ ୨୦୩୫ ସୁଦ୍ଧା ଏହାର ବହୁ-ସ୍ତରୀୟ କ୍ଷେପଣାସ୍ତ୍ର ଢାଲ, ‘ସୁଦର୍ଶନ ଚକ୍ର’ ସମାପ୍ତ କରିବାକୁ ଯୋଜନା କରୁଅଛି। ନୂତନ ଚୁକ୍ତିଗୁଡ଼ିକ ଭାରତର ୧୫,୧୦୬ କିଲୋମିଟର ସ୍ଥଳ ସୀମା ଏବଂ ୭,୫୧୬ କିଲୋମିଟର ଉପକୂଳକୁ ଆହୁରି ମଜବୁତ କରିବ।













