କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ । ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଏବେ ସବୁଆଡେ ପ୍ରତିବାଦର ଦୃଶ୍ୟ । ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି । ସବୁଠି ସରକାର ବିରୋଧି ନାରା । ବିକ୍ଷୋଭ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଣଶପୁତ୍ତଳିକା ଦାହ । ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଆଗରେ ଏବିଭିପିର ବିକ୍ଷୋଭ କାର୍ଯ୍ୟକ୍ରମବେଳେ ପୋଲିସ ସହ ଆନେ୍ଦାଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ସେହିପରି ବାରିପଦା ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ନେଇ ଗୁରୁବାର ବିଗ୍ୟପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର । ତେବେ ଆବଶ୍ୟକସ୍ଥଳେ କଲେଜ କର୍ତ୍ତୃପକ୍ଷ ଛାତ୍ର ପ୍ରତିନିଧି ଚୟନ କରିପାରିବେ ବୋଲି ବିଗ୍ୟପ୍ତିରେ ଉଲ୍ଲେଖ ରହିଛି । ହେଲେ ଏ ନିଷ୍ପତ୍ତିକୁ ନେଇ ଛାତ୍ର ଅସନ୍ତୋଷ ତେଜୁଥିବାବେଳେ ଆଗକୁ କଣ ନିଷ୍ପତ୍ତି ନିଆଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here