ମହାତ୍ମା ଗାନ୍ଧିଙ୍କୁ ଆମେରିକା ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ । ମହାତ୍ମାକୁ ମରୋଣତ୍ତର କଂଗ୍ରେସନାଲ  ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏନେଇ ୪ଜଣ ଆମେରିକା ମୂଳ ଭାରତୀୟ ଏବଂ ୬ରୁ ଅଧିକ ପ୍ରଭାବଶାଳୀ ସଦସ୍ୟ ଏକ ପ୍ରସ୍ତାବ ସଂସଦର ନିମ୍ନ ପ୍ରତିନିଧି ସଭାରେ ଦାଖଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଶାନ୍ତି ଏବଂ ଅହିଂସା କ୍ଷେତ୍ରରେ ମହାତ୍ମାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବା ଆବଶ୍ୟକ । ଏହି ସମ୍ମାନ ଆମେରିକା ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ । ଯାହାକି ବହୁତ କମ ବିଦେଶୀଙ୍କୁ ଦିଆଯାଇଛି । ସୁଚନାଅନୁସାରେ ପୂର୍ବରୁ ଏହି ସମ୍ମାନ ମଦର ଟେରେସା, ନେଲସନ ମଣ୍ଡେଲା, ପୋପ ଜନ ପଲ୍ ଦ୍ୱିତୀୟ , ଦଲାଇ ଲାମା , ୟଙ୍ଗସାନ୍ ସୁ କି, ମହମ୍ମଦ ୟୁୁନୁସ୍ ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here