ଫିଲିପାଇନ୍ସରେ ତାଣ୍ଡବ ରଚିଛି ଦେଶର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଟାଇଫୁନ୍ କାଲମେଗୀ । ଏହି ଝଡ଼ ପ୍ରଭାବରେ ଏପର୍ଯ୍ୟନ୍ତ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହି ଏକାଧିକ ଘର ମଧ୍ୟ ଭାଙ୍ଗି ଯାଇଛି ।ମଙ୍ଗଳବାର କାଲମେଗୀ ସ୍ଥଳଭାଗ ଛୁଇଁବା ପୂର୍ବରୁ ଫିଲିପାଇନ୍ସର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ‘ଟିନୋ’ ଭାବରେ ପରଚିତ ଟାଇଫୁନ୍ କାଲମେଗୀ ଫିଲିପାଇନ୍ସର ପର୍ଯ୍ୟବେକ୍ଷଣ କ୍ଷେତ୍ରରୁ ବାହାରକୁ ଚାଲିଯାଇଛି । ଗୁରୁବାର ପାଣିପାଗ ବିଭାଗ କହିଛି, ଭିଏତନାମର ଜିଆ ଲାଇ ପ୍ରଦେଶରେ ପ୍ରବଳ ବର୍ଷା , ପବନ ନେଇ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ଯାହା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିପାରେ ଏବଂ ଚାଷ କାମରେ ବାଧା ଉପୁଜିପାରେ ।ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ପ୍ରୟାସରେ ସହାୟତା ପାଇଁ ହଜାର ହଜାର ସୈନ୍ୟଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here