ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ କରୋନା ପୁଣି ଉପରମୁହାଁ ହେଲାଣି । ଆମ ରାଜ୍ୟରେ ସ୍ଥିତି ଭଲ ଥିଲେ ବି ସମସ୍ତଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟିନାହିଁ । ଏବଂ ଏବେ ବି ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ କୁହାଯାଇଛି । ତେଣୁ ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ନିୟନ୍ତ୍ରଣରେ ରହିଛି ସଙ୍କ୍ରମଣ । ଦୈନିକ ୧୦ରୁ ୨୦ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି , ଯେଉଁଠି ଆବଶ୍ୟକ ସେଠି ନୂଆ ଷ୍ଟ୍ରାଟେଜି କରିବେ । ଏହାସହିତ ସ୍ୱାସ୍ଥ୍ୟବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।
ଅନ୍ୟପଟେ ଦେଶରେ ଦୈନିକ କରୋନା ସଙ୍କ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here